ଦାମନଯୋଡ଼ିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ, ୧୪୪ ଧାରା ଜାରି

କୋରାପୁଟ: କୋରାପୁଟ ଦାମନଯୋଡ଼ି ନାଲକୋ ଅଁଳାବାଡିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିବା ସୂଚନା ମିଳିଛି। ଆନ୍ଦୋଳକାରୀଙ୍କ ପଥର ମାଡ଼ରେ ଜଣେ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି, ପୋଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ୨୦ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୋଲିସ୍‌ ଉଠାଇ ନେଇଛି।ଉତ୍ତେଜନା ପ୍ରକାଶ ପାଇଥିବାରୁ ଅଁଳାବାଡିରୁ ନାଲ୍‌କୋ ମାଇନ୍ସ ଯାଏ୧୪୪ ଧାରା ଜାରି କରାଯାଇଛି।

ସୂଚନାଥାଉ କି, ନାଲ୍‌କୋରେ ନିଯୁକ୍ତି ଦାବି କରି ୪ ଦିନ ହେଲା ନାଲ୍‌କୋ ରୋଡ୍‌ରେ ରାସ୍ତାରୋକ ସହ ଧାରଣାରେ ବସିଥିଲେ ବିସ୍ଥାପିତ। ଆଜି ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ବୁଝାସୁଝା ଉଦ୍ୟମ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ୮ ପ୍ଲାଟୁନ୍‌ ଫୋର୍ସ ସହ କୋରାପୁଟ ଏସ୍‌ପି, ଉପଜିଲ୍ଲାପାଳ ଓ ତହସିଲଦାର ଉପସ୍ଥିତ ଅଛନ୍ତି। ଖଣି ରାସ୍ତା ଅବରୋଧ ହୋଇଥିବାରୁ ଆଜିକୁ ୪ ଦିନ ହେଲା ଦାମନଯୋଡ଼ି ନାଲ୍‌କୋର ଖଣି ଖନନ ଓ ପରିବହନ ବନ୍ଦ ରହିଛି। ଦୈନିକ ୨୬ ହଜାର ଟନ୍ ବକ୍ସାଇଟ୍‌ ଖନନ ବନ୍ଦ ରହିଛି।

You might also like