ରୋଗୀ ମୃତ୍ୟୁକୁ ନେଇ ବାଣପୁର ହସ୍ପିଟାଲରେ ଉତ୍ତେଜନା

ଖୋର୍ଦ୍ଧା  : ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ବାଣପୁର ହସ୍ପିଟାଲରେ ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଅାଘାତ କାରଣରୁ ଖୁଣ୍ଟପଲ୍ଲୀ ଗାଁର ଯୁବକ ସୁଶାନ୍ତ ସାହୁଙ୍କ ଚିକିତ୍ସା ନିମନ୍ତେ ବାଣପୁର ହସ୍ପିଟାଲକୁ ଅଣାଯାଇଥିଲା।

ହସ୍ପିଟାଲରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ମୃତ୍ୟୁ ହୋଇନି ବରଂ ସେ ବଞ୍ଚିଥିବା କହି ଅନ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ।

ହେଲେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ରେଫର କରାଯାଇ ପାରିବନି ଡାକ୍ତର କହିବାରୁ, ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଲୋକେ ଡାକ୍ତରଙ୍କୁ ମାଡ ମାରିବା ସହ ଜୋର ଜବରଦସ୍ତ ମୃତଦେହ ଡାକ୍ତରଖାନାରୁ ସମ୍ପର୍କୀୟ ନେଇଯାଇଥିବା ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଛି।  ପୁଲିସ ଏନେଇ ତଦନ୍ତ ଜାରି ରଖିଛି।

You might also like