ସେବାୟତ-ମନ୍ଦିର କମିଟି ସଭାପତି ମୁହାଁମୁହିଁ
ବ୍ରହ୍ମଗିରି: ଅଲାରନାଥ ମନ୍ଦିର ଲୁଟ୍ ଘଟଣାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। କିନ୍ତୁ ଦୁଇ ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତଙ୍କ ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।
ସିସିଟିଭି ଭିଜୁଆଲ୍ ପ୍ରସାରିତ ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଏହା ପରେ ଆଜି ମନ୍ଦିର କମିଟି ଓ ସେବାୟତ ହାତାହାତି ହୋଇଛନ୍ତି।