ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିର ସହରରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୨ଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଶିବ ମନ୍ଦିର ଛକରେ ଗୋଟିଏ ଟ୍ରକ୍ ଗାନ୍ଧି ପଡ଼ାର ଗୋପାଳ ମିଶ୍ରଙ୍କୁ ଧକ୍କା ଦେଇଥିଲା। ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ୨ଟି ଟ୍ରକରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ।

ଏହି ସମୟରେ ପୁଲିସ୍‌ ସହିତ ଲୋକଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଦୁର୍ଘଟଣାର ୧୨ ଘଣ୍ଟା ପରେ ବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

You might also like