OCL ଖଣି ସଂପ୍ରସାରଣକୁ ସ୍ଥାନୀୟ ଲୋକଙ୍କ ବିରୋଧ

ସୁନ୍ଦରଗଡ଼: ଲୋକଙ୍କ ବିରୋଧ ପରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର OCL ଚୂନପଥର ଖଣି ସମ୍ପ୍ରସାରଣ ସଂପର୍କିତ ଜନଶୁଣାଣି ସ୍ଥଗିତ ରହିଛି। ଆଜି ଜାମ୍ପାଲିରେ ଜନଶୁଣାଣି ହେବାର ଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚୂନ ପଥର ଖଣି ସଂପ୍ରସାରଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

ଏହାର ନେତୃତ୍ୱ ନେଉଛନ୍ତି ଜର୍ଜ ତିର୍କୀ। ତେବେ OCL କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ଯେ, ଖଣି ସଂପ୍ରସାରଣ କରାଯାଉ ନାହିଁ। କେବଳ ଅଧିକ ପରିମାଣର ଚୂନ ପଥର ଉତ୍ତୋଳନ କରିବାକୁ ନିଷ୍ପତ୍ତି ହୋଇଛି।

ଏହା ସହିତ ପାରିପାର୍ଶ୍ୱିକ ଉନ୍ନୟନ ଲାଗି ବାର୍ଷିକ ୧୧ କୋଟି ବଦଳରେ ୨୨ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଆଗରୁ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ନନ୍ଦ କୁମାର ସାଇ ପୂର୍ବରୁ ରାଜ୍ୟ ସରକାରଙ୍କୁ ଲେଖିଥିଲେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନଶୁଣାଣି ପୂର୍ବରୁ ଗ୍ରାମସଭା କରାଯିବା ଜରୁରୀ।

You might also like