ମାଲ୍‌ବାହୀ ଟ୍ରେନ୍‌ର ୧୦ ବଗି ଲାଇନ୍‌ଚ୍ୟୁତ

ପାରାଦୀପ: ପାରାଦୀପ ଅଠରବାଙ୍କିଠାରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ୧୦ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି।

ତେବେ ଲାଇନ୍‌ଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।  ମାଲବାହୀ ଟ୍ରେନ୍‌ଟି ତାଳଚେରରୁ କୋଇଲା ବୋଝେଇ କରି ଆଣି ବନ୍ଦରରେ ମାଲ୍‌ ଖଲାସ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ଖବରପାଇ ଘଟଣାସ୍ଥଳରେ ରେଳବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

You might also like