ଆଇଏମ୍ଡିର ସତର୍କବାଣୀ: ବାହାରକୁ ଯାଉଥିଲେ ସତର୍କ ରୁହ
ଭୁବନେଶ୍ୱର: ଚଳିତ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ। କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବ। ସ୍ୱାଭାବିକ ସର୍ବୋଚ୍ଚ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ। କିଛି ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ IMD ପରାମର୍ଶ ଦେଇଛି।
The #probability #forecast for #maximum #temperature issued for different subdivisions of India Indicates, #above #normal maximum temperature particularly for #Odisha state, during this #hot #weather #season, March-April-May, 2021. pic.twitter.com/DRsoLntuFk
— Meteorological Centre, Bhubaneswar (@mcbbsr) March 1, 2021
କିଛି ଦିନ ଧରି ଓଡ଼ିଶାରେ ପାଣିପାଗରେ ଅଦ୍ଭୁତ ପରିବର୍ତ୍ତନ ଘଟିଛି। ରାଜଧାନୀ ଭୁବନେଶ୍ୱର ଓ ଅନୁଗୁଳରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଲାଣି। ଗତ୨୩ ତାରିଖରେ ରାଜଧାନୀରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ ଥିଲା। ଗତ ୨୪ ତାରଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା। ସେହିପରି ୨୫ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିଲା। ଲଗାତର ତିନ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି।
କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି କରିଛନ୍ତି।