ନବରଙ୍ଗପୁରରେ ଖୋଲିବ କୋଭିଡ୍ ହସ୍ପିଟାଲ

ନବରଙ୍ଗପୁର: କରୋନା ମୁକାବିଲା ପାଇଁ ନବରଙ୍ଗପୁର ହିରଲି ଗ୍ରାମ ସ୍ଥିତ ବିଇଡି କଲେଜ ଠାରେ ଦୁଇ ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ ଚିକିତ୍ସାଳୟ ସ୍ଥାପନ ହେବ। ଏଥିଲାଗି ତୃତୀୟ ପକ୍ଷ ଭାବେ ସମସ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସହ ଚୁକ୍ତି ସ୍ୱାକ୍ଷର କରିଛି।

ଦାମନଯୋଡି ସ୍ଥିତ ନାଲକୋ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପକ୍ଷ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲକୁ ଏହାର ଦାୟିତ୍ୱ ଦେଇଛି। MOU ସ୍ୱାକ୍ଷର ହେଲା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ନାଲକୋ ଅଧିକାରୀଙ୍କୁ ନେଇ ର୍ନିମାଣଧୀନ ଥିବା ଅସ୍ଥାୟୀ କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିଛନ୍ତି।

ଏଠାରେ ଆଇସିୟୁ ସହ ଭେନିଲେଟରର ବ୍ୟବସ୍ଥା ରହିବ। ଆସନ୍ତା ଏପ୍ରିଲ ୧୫ ସୁଦ୍ଧା ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର କୋରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତକୁ ପ୍ରାଥମିକ ଚିକିତ୍ସା ସହ ସମସ୍ତ ଚିକିତ୍ସା ଉପକରଣ, ଚିକିତ୍ସକ ଓ ଅନ୍ୟ କର୍ମଚାରୀ ଖ୍ରୀଷ୍ଟିଆନ ହସ୍ପିଟାଲ ଯୋଗାଇ ଦେବ।

ସେହିପରି ଆଜି ଭଦ୍ରକରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍‌ଘାଟନ ହୋଇଛି। ସହରର ମୋଟେଲ ଛକ ଠାରେ ଥିବା ସାଳନ୍ଦୀ ହସ୍ପିଟାଲରେ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍‌ଘାଟନ ହୋଇଛି। କୋଭିଡ୍ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଟି ଆଇସିୟୁ ରହିଛି।

You might also like