ଫୁଲିଲା ଭାର୍ଗବୀ ନଦୀ, ଭାସିଗଲା କାଠ ପୋଲ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠପୋଲ ଭାସି ଯାଇଛି। ଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।

ଲଗାଣ ବର୍ଷା ଯୋଗୁ ଭାର୍ଗବୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି। ଏହି କାଠ ପୋଲ ବହୁ ପୁରୁଣା ଥିବା ବେଳେ ନୂଆ ପୋଲ ଲାଗି ଏଠାରେ କାମ ଚାଲିଛି।

ନଦୀରେ ଆସିଥିବା ଜଳରେ ଆପ୍ରୋଚ ରୋଡ଼ ମଧ୍ୟ ଧୋଇ ହୋଇଯାଇଛି।

You might also like