ଝଡ଼ ଯିବା ପରେ ହଠାତ୍ ବଢ଼ିଲା ତାତି

ଭୁବନେଶ୍ୱର: ଝଡ଼ ଯିବା ପରେ ରାଜ୍ୟରେ ହଠାତ୍ ବଢ଼ିଲା ତାତି। ଆଜି ୪୧ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୨ଟି ସହର।

ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଟପିଛି। ଟିଟିଲାଗଡ଼ରେ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଭବାନୀପାଟଣାରେ ୪୪ ଦଶମିକ ୫ ଥିଲା।

ବଲାଙ୍ଗିରରେ ମଧ୍ୟ ତାପମାତ୍ରା ୪୪ରେ ପହଞ୍ଚିଛିଲା। ସେହିପରି ତାଳଚେର ୪୩ ଦଶମିକ ୧, ମାଲକାନଗିରି ୪୩, ବୌଦ୍ଧ ୪୨ ଦଶମିକ ୭, ହୀରାକୁଦ ୪୨ ଦଶମିକ ୩, ସମ୍ବଲପୁର ଓ ଝାରସୁଗୁଡ଼ା ୪୨ ଦଶମିକ ୨, ସୋନପୁର ୪୧ ଦଶମିକ ୮ ଏବଂ ପାରଳାଖେମୁଣ୍ଡି ଓ ଫୁଲବାଣୀରେ ତାପମାତ୍ରା ଥିଲା ୪୧ ଡିଗ୍ରୀ ସେଲସିୟସ୍ ରହିଥିଲା।

 

You might also like