ଭୁବନେଶ୍ୱର : ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା ଉପରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ।
ତେବେ ୨୨ ତାରିଖ ପରେ ରାଜ୍ୟର ତାତି ବଢ଼ିବା ଅନୁମାନ କାରଯାଉଛି। ଏପରିକି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
https://youtu.be/T5wophran1A