୫ ଦିନ ଭିତରେ ବଢିବ ପାରଦ ! ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: କିଛି ଜିଲ୍ଲା ସମେତ ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।  ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ। ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନୁଗୁଳ ତାପମାତ୍ରା ବୃଦ୍ଧି ପାଇବ। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବି ଅହେତୁକ ବୃଦ୍ଧି ପାଇବ। ୨ରୁ ୩ ଦିନ ଯାଏଁ ଭୁବନେଶ୍ୱରର ତାପମାତ୍ରା ଅଧତ୍କ ରହିବା ସମ୍ଭାବନା ରହିଛି।

ରାଜଧାନୀରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଲାଣି। ଗତକାଲି ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରହିଥିଲା। ଗତ୨୩ ତାରିଖରେ ରାଜଧାନୀରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ ଥିଲା। ଗତ ୨୪ ତାରଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା। ସେହିପରି ୨୫ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିଲା। ଲଗାତର ତିନ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି।

କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି କରିଛନ୍ତି।

You might also like