ଆଜି ୧୨ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଡେଇଁଲା

ଭୁବନେଶ୍ୱର : ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡ଼ିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି।

ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡ଼ିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡ଼ିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୦.୫, କେନ୍ଦୁଝରରେ ୪୦.୧ ଓ ସୋନପୁରରେ ତାପମାତ୍ରା ୪୦ ଡ଼ିଗ୍ରୀ ରହିଛି।

ଆଜି ରାଜଧାନୀ ଭୁବନେଶ୍ୱର ତାପମାତ୍ର ୩୯.୬ ରହିଥିବା ବେଳେ କଟକରେ ୩୯ ଡ଼ିଗ୍ରୀ ରହିଛି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ପୂର୍ବହ୍ନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି।

You might also like