ଦୀର୍ଘ ୧୪ବର୍ଷ ଧରି ଚାଲିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ନିର୍ମାଣ

କୋରାପୁଟ: ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବା ଭଳି ଅବସ୍ଥା। ଦୀର୍ଘ ୧୪ବର୍ଷ ଧରି ନିର୍ମାଣାଧିନ ଜଳସେଚନ ପ୍ରକଳ୍ପ ଏଯାଏ ସଂପୂର୍ଣ୍ଣ ହୋଇପାରିଲାନି। ନିର୍ମାଣରେ ନିମ୍ନମାନର କାର୍ଯ୍ୟକୁ ନେଇ ସିଏଜି ତାଗିଦ କରିବା ସହ ବିଭାଗୀୟ ସଚିବ ମଧ୍ୟ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। କିନ୍ତୁ ତଥାପି ନିର୍ମାଣକାରୀ ସଂସ୍ଥା ଖାତିର କରୁନଥିବା ଭଳି ଲାଗୁଛି।

ଅନ୍ୟପଟେ ଏହି ପ୍ରକଳ୍ପ ଦ୍ୱାରା ଚାଷୀ କୌଣସି ଲାଭବାନ ହୋଇନାହାନ୍ତି। ଏହାରି ଭିତରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପକୁ ଉପହାସ କରିଛନ୍ତି ଜିଲ୍ଲାର କୃଷକ ସଂଗଠନ।

ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଦ୍ୱାରା କୋରାପୁଟ ଜିଲ୍ଲାର ପାଖାପାଖି ୧୦ହଜାର ହେକ୍ଟର୍ ଚାଷ ଜମିକୁ ପାଣି ମାଡ଼ିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜୟପୁର ଓ କୋରାପୁଟ ବ୍ଲକର ୮ଟି ଗାଁର ଲୋକଙ୍କୁ ବିସ୍ଥାପିତ କରାଯାଇଛି। କିନ୍ତୁ ବିସ୍ଥାପିତ ଏବେ ବି ସୁବିଧା ସଯୋଗରୁ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ।

ପ୍ରକଳ୍ପ କାର୍ଯ୍ୟରେ ଅନେକ ଦୁର୍ନୀତି ହୋଇଥିବା ମଧ୍ୟ ସେ କହିଛନ୍ତି। ବିଧାୟକଙ୍କ ଏପରି ଅଭିଯୋଗକୁ ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଖଣ୍ଡନ କରିଛନ୍ତି।

ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ୨୦୦୩-୦୪ଆର୍ଥିକ ବର୍ଷରେ ୧୦୬କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ବ୍ୟୟ ଅଟକଳ ୧୨ଶହ କୋଟିରେ ପହଞ୍ଚିଲାଣି। ମାତ୍ର ୭୫୦୦ ହେକ୍ଟର୍ ଚାଷ ଜମିକୁ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଯିବା ସହ ଆସନ୍ତା ଜୁନ୍ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଶତୃଘ୍ନ ମହାରଣା କହିଛନ୍ତି।

 

 

You might also like