ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଭୁବନେଶ୍ୱର: ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ। ଜଣେ ଅଚିହ୍ନା ବ୍ୟକ୍ତି ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ଗାଳିଗୁଲଜ କରୁଥିବାରୁ ପୁଲିସ୍ କମିଶନରଙ୍କ ନିକଟରେ ଅଭିନେତ୍ରୀ ଜଣଙ୍କ ଫେରାଦ ହୋଇଛନ୍ତି।

ଅଚିହ୍ନା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଅଭିନେତ୍ରୀ ଜଣଙ୍କ ପୁଲିସ୍‌ କମିଶନରଙ୍କୁ ଜଣାଇଛନ୍ତି।

ଗତକିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି ଏପରି କରି ଆସୁଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ଏହି ଘଟଣାର ତଦନ୍ତ ହେବ ବୋଲି ପୁଲିସ୍‌ କମିଶନର କହିଛନ୍ତି।

ତେବେ ପୂର୍ବ ଶତ୍ରୁତା କିମ୍ବା ପେଶାଗତ ପ୍ରଭେଦକୁ ନେଇ କେହି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ସେ କହିଛନ୍ତି। ଯିବା ଆସିବା ବାଟରେ ଏସିଡ୍‌ ଆକ୍ରମଣ ନେଇ ଧମକ ଦେଉଥିବାରୁ  ଅଭିନେତ୍ରୀ  ଜଣଙ୍କ ଭୟଭୀତ ହୋଇପଡିଛନ୍ତି। ସେପଟେ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

You might also like