ପିଲା ଚୋର ଭାବି ପୁଲିସ୍‌ ଉପରେ ଆକ୍ରମଣ କଲେ ଗାଁ ଲୋକେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍‌କୁ ଗଞ୍ଜାମ ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍‌ ଟିମ୍‌କୁ ଗାଁ ଲୋକେ ପିଲା ଚୋର ଭାବି ଆକ୍ରମଣ କରିଥିବା ଜଣାପଡ଼ିଛି। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍‌  ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା।

ତେଲଙ୍ଗାନାର ୧୦ ଜଣିଆ ପୁଲିସ୍‌ ଟିମ୍‌ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ।  ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିଲା। ତାଙ୍କ ନାଁରେ ସୁନା ଚୋରି ଅଭିଯୋଗ ଥିଲା। ଏହି ଅଭିଯୋଗର ତଦନ୍ତ ବେଳେ ହଠାତ୍‌ ଗ୍ରାମବାସୀ ପୁଲିସ୍‌ ଟିମ୍‌ ଉପରେ ଆକ୍ରମଣ କରିଥିଲେ।  ଏଥିରେ ୪ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।  ତେଲଙ୍ଗାନା ପୁଲିସ ବ୍ୟବହାର କରିଥିବା ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ।

ପାଟପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତେଲେଙ୍ଗାନା ପୁଲିସକୁ ଉଦ୍ଧାର କରି ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରିଛି। ତେବେ ଯେଉଁ ଅଭିଯୁକ୍ତକୁ ତେଲେଙ୍ଗାନା ପୁଲିସ ପଚରାଉଚରା କରୁଥିଲା ତାକୁ ପାଟପୁର ଥାନାକୁ ଆଣି ଜେରା କରାଯାଉଛି।

ଆହୁରି ପଢ଼ନ୍ତୁ

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

You might also like