ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ କେସିଆର୍‌ଙ୍କ ଏଭଳି ଗସ୍ତ ପଛରେ ତୃତୀୟ ସାମ୍ମୁଖ୍ୟ ସମୀକରଣର ଆଭାସ ରହିଥିବା ଚର୍ଚ୍ଚା ହେଉଛି। କାରଣ ବିଜେଡି ତଥା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଭିମୁଖ୍ୟ ଅଣ ବିଜେପି ଏବଂ ଅଣକଂଗ୍ରେସ ରହିଛି।

ତେଣୁ ମୋଦି ସରକାର ବିରୋଧରେ ମହାଗଠବନ୍ଧନର ପ୍ରସ୍ତୁତି ଚାଲିଥିବାବେଳେ ବିଜେଡି ଭଳି ଆଞ୍ଚଳିକ ଦଳ ସହ ମୂଲଚାଲ ପାଇଁ ଏହା ଏକ କସରତ ବୋଲି କୁହାଯାଉଛି। କିନ୍ତୁ ଗସ୍ତ ପଛରେ ରାଜନୈତିକ ପ୍ରସଙ୍ଗ କଥାକୁ ଖଣ୍ଡନ କରିଛି ବିଜେଡି।

You might also like