• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାୟଗଡା : ରାୟଗଡାରେ ରତ୍ନପଥର ଜବତ ଘଟଣାକୁ ନେଇ ତେଜୁଛି ରାଜନୀତି । କଂଗ୍ରେସ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।  ରତ୍ନପଥର ଚୋରାଚାଲାଣରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ସାଂସଦ ଏନ.ଭାସ୍କର ରାଓଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।

ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଏହି କାରବାର ଚାଲିଥିବା ବେଳେ ଅଭିଯୁକ୍ତ ଜିତେନ୍ଦ୍ର ବେହେରାର ବିଜେଡି ନେତାଙ୍କ ସହ ଲିଙ୍କ ନେଇ ଫୋଟ ରିଲିଜ୍ କରିଛି  । ଫାଇଭ-ଟିର କଥା କହୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ତ୍ରୀ ସାରକାଙ୍କ ବହିଷ୍କାର ଦାବି କରିଛି ବିଜେପି ।

ଅନ୍ୟପଟେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା  ନିର୍ବାଚନ ମଣ୍ଡଳୀରୁ ତାଙ୍କପାଖକୁ ଅନେକ ଲୋକ ଆସନ୍ତି,  ଯଦି କେହି ତାଙ୍କ ସହ ଫଟୋ ଉଠାଏ ତେବେ ସେ କଣ କରିପାରିବେ ବୋଲି କହିଛନ୍ତି  । ରାୟଗଡ଼ା ସହରର ଏକ ଅଳଙ୍କାର ଦୋକାନରୁ ୧୫୩ କେଜି ରତ୍ନପଥର ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

ଜବତ ରତ୍ନପଥରର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି  । ଜବତ ରତ୍ନପଥର ମଧ୍ୟରେ ରବି, ପାନ୍ନା, ବ୍ଲାକ ଡାଏମଣ୍ଡ, ମୁନ୍ ଷ୍ଟୋନ ଆଦି ରହିଥିବା ସୂଚନା ମିଳିଛି  । ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି ।

ରତ୍ନପଥର ଚୋରା ବେପାର ଘଟଣାରେ ଆଉ୨ ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୌଦ୍ଧରୁ ଜଣେ ଶିକ୍ଷକ ଏବଂ ମୁନିଗୁଡ଼ାରୁ ଜଣେ ବେପାରୀ ଗିରଫ ହୋଇଛନ୍ତି । ଉଭୟେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବେହେରାର ସହଯୋଗୀ ଥିବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ଗିରଫ ସମ୍ପର୍କରେ ରାୟଗଡା ଏସପି ସୂଚନା ଦେଇଛନ୍ତି ।

Tejuchi-politics-over-gemstones
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories