କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍

ଭୁବନେଶ୍ୱର; କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟେକ୍ନିକାଲ ଟିମ୍‌ରେ ସାପ୍ତାହିକ ଗସ୍ତ ସୂଚୀ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ।

କୋଭିଡ଼ ହସ୍ପିଟାଲର ଚିକିତ୍ସା, ଖାଦ୍ୟ, ପରିମଳ ବ୍ୟବସ୍ଥାର ତଦାରଖ କରିବ ଟିମ୍। ଏମିତିକି ମୃତଦେହର ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ଟିମ୍‌ ତାର ମଧ୍ୟ ତଦାରଖ କରିବେ।ଏଥିସହିତ  ଚିକିତ୍ସା ଓ ମିଳୁଥିବା ସୁବିଧା ବିଷୟରେ ରୋଗୀଙ୍କୁ ପଚାରି ବୁଝିବ ଟିମ୍। ତଦାରଖ କରିବାସିବା ପରେ ଟିମ୍ ସ୍ଥିତି ସମ୍ପର୍କରେ ସରକାରଙ୍କ ପାଖରେ ବିବରଣୀ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ACS ସୂଚନା ଦେଇଛି।

ଅନ୍ୟପଟେ ଆସନ୍ତା ସପ୍ତାହରେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡାରେ ପଜିଟିଭିଟି ରେଟ୍‌ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଆଞ୍ଚଳିକ ଭିତ୍ତିରେ ଷ୍ଟ୍ରାଟେଜୀ କରିବାକୁ କୁହାଯାଇଛି। ସେପଟେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଉପାଦେୟ ସାବ୍ୟସ୍ତ ହୋଇଛି। ଏବେ ରାଜ୍ୟରେ ୫ଟି ପ୍ଲାଜାମା ବ୍ୟାଙ୍କ ସ୍ଥାପିତ ହୋଇଛି। ସେହିପରି ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜାମା ବ୍ୟାଙ୍କ ଖୋଲିବ। ଆଉ ବାଲେଶ୍ୱରରେ ମଧ୍ୟ ପ୍ଲାଜାମ ଷ୍ଟୋରେଜ ଯୁନିଟ ସ୍ଥାପନ କରାଯାଇଛି। ରାଜ୍ୟରେ ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ମୃତ୍ୟୁରେ ବ୍ରେକ ଲାଗୁନଥିବାରୁ ରାଜ୍ୟ ସରକାରଙ୍କ ଟେନସନ୍‌ ବଢିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like