ୟଙ୍ଗ୍ ଟିଙ୍କର ଟିମ୍‌ର କମାଲ; ୮ମାସରେ ପ୍ରସ୍ତୁତ କଲେ ରୋଭର ‘ନାପସାଟ୍’

 

  • ମେଡ଼୍ ଇନ୍ ଓଡ଼ିଶାରେ ରୋଭର ପ୍ରସ୍ତୁତ
  • କଟକର ୟଙ୍ଗ ଟିଙ୍କର ଟିମ୍ ପ୍ରସ୍ତୁତ କଲେ ନାପସାଟ୍ ନାମକ ରୋଭର
  • ଟିମର ନେତୃତ୍ୱ ନେଇଥିଲେ କଟକ ୪୨ ମୌଜାର ଯୁବ ବୈଜ୍ଞାନିକ
  • ବଛାବଛା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିର୍ମାଣ ରୋଭର
  • ପ୍ରସ୍ତୁତ ରୋଭରକୁ ନାସା ନିକଟରେ ଅନଲାଇନରେ ଉପସ୍ଥାପନ

କଟକ : ନାସା ପାଇଁ ରୋଭର ପ୍ରସ୍ତୁତ କରିଛନ୍ତି କଟକର ୟଙ୍ଗ ଟିଙ୍କର ଟିମ୍ । ଦୀର୍ଘ ୮ ମାସର ଅକ୍ଲାନ୍ତ ପରିଶ୍ରମ ପରେ ନାପସାଟ ନାମକ ଏକ ରୋଭରକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ କରାଯାଇଛି । କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ନାସା ପାଇଁ ପ୍ରସ୍ତୁତ ରୋଭରକୁ ଅନଲାଇନରେ ଉପସ୍ଥାପନ କରିଛନ୍ତି । ସାରା ବିଶ୍ୱରୁ ୮୭ ଟିମ ଭାଗ ନେଇଛନ୍ତି ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର  ଚାଲେଞ୍ଜରେ ।

ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରାଂଶକୁ ନେଇ ତିଆରି ହୋଇଛି ନାପସାଟ୍ ନାମକ ଏହି ରୋଭର । ୧୯ ବର୍ଷରୁ କମ୍ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏହି ରୋଭର । ୟଙ୍ଗ ଟିଙ୍କର୍ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ବଛା ଯୁବ ବୈଜ୍ଞାନିକ ଏହି ଟିମରେ ସାମିଲ ହୋଇଛନ୍ତି । ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ ହୋଇଛି  ।ଏହି ରୋଭର ବର୍ତ୍ତମାନ ପରିସ୍ଥିତିରେ କରୋନା ପାଇଁ ନାସା ଗସ୍ତକୁ ବନ୍ଦ ରଖାଯାଇଛି ।  ଫଳରେ ଟିମ୍ ସଦସ୍ୟ ଅନଲାଇନରେ ଉପସ୍ଥାପନ କରିଛନ୍ତି । ଏହି ରୋଭର ହ୍ଯୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜକୁ ଆଖି ଆଗରେ ରଖାଯାଇଅ ପ୍ରସ୍ତୁତ କରାଯାଇଛି ।  ୮ମାସ ହେଲା ଦିନରାତି ଏକ କରି ଯୁବ ବୈଜ୍ଞାନିକମାନେ ରୋଭର ପ୍ରସ୍ତୁତ କରି ପାରିଛନ୍ତି ।

ତେବେ ଏନେଇ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ଅନେକ ବାଧାବିଘ୍ନ ଆସିଥିଲେ ସୁଦ୍ଧା ଲଗାତାର କାମ ଜାରି ରଖିଥିଲେ ଟିମ୍‌ ସଦସ୍ୟ । ସମସ୍ତଙ୍କ  ମିଳିତ ଉଦ୍ୟମରେ ହିଁ ରୋଭର ପ୍ରସ୍ତୁତ କରିବା ସମ୍ଭବ ହୋଇପାରିଛି ।  ଏହିରୋଭରଟି ସମ୍ପୂର୍ଣ୍ଣ ମେଡ଼୍ ଇନ୍ ଓଡ଼ିଶା । ପୂର୍ବରୁ ଯାହା ଅସମ୍ଭବ ଦେଖା ଯାଉଥିଲା, ତାହାକୁ ଏବେ ବାସ୍ତବ ରୂପ ନେଇସାରିଛି ।  

ଏହି ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି କଟକ ୪୨ ମୌଜାରର ଅନୀଲ ପ୍ରଧାନ । ନାସାର ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର-୨୦୨୪ ଚାଲେଞ୍ଜ ପାଇଁ ମିଳିଥିଲା ଏକ ବଡ ସୁଯୋଗ  । ଏକ ରୋଭର ପ୍ରୋଜେକ୍ଟକୁ ନାସାକୁ ପଠାଇଥିଲେ ଅନିଲ  । ନାସା ପକ୍ଷରୁ ଅନିଲଙ୍କ ପ୍ରୋଜେକ୍ଟକୁ ଚୟନ କରାଯାଇଥିଲା ।  ପ୍ରୋଜେକ୍ଟକୁ ବାସ୍ତବ ରୂପ ଦେବା ପାଇଁ ଆରମ୍ଭ ହୋଇଥିଲା ଟ୍ୟାଲେଣ୍ଟ ସର୍ଚ୍ଚ ପକ୍ରିୟା ।  ଆଉଉ ଶେଷରେ ଏହା ବାସ୍ତବ ରୂପ ନେଇଛି । ପ୍ରଥମ କରି ଓଡିଶାରୁ ଏଭଳି ଏକ ପ୍ରୋଜେକ୍ଟର ବାସ୍ତବ ରୂପ ନାସା ନିକଟରେ ଉପସ୍ଥାପନ କରି ପାରିଥିବାରୁ ଢେର୍ ଖୁସି ସହ ଆଶାବାଦୀ ୟଙ୍ଗ ଟିଙ୍କର୍ ଟିମ୍ ।

You might also like