‘ସୁନ୍ଦରୀ’ ଅନୁଧ୍ୟାନ ଅାରମ୍ଭ

ସୁନ୍ଦରୀର ଅାଚରଣ ଓ ବିଚରଣ ଅନୁଧ୍ୟାନ କରିବ ଟିମ୍

ଭୁବନେଶ୍ୱର : ସାତକୋଶିଅାରେ ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ଡେରାଡୁନରୁ ଅାସିଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଟିମ୍ ଦ୍ୱାରା ଅନୁଧ୍ୟାନ ଅାରମ୍ଭ ହୋଇଛି। ସୁନ୍ଦରୀ ବିଚରଣ କରୁଥିବା ଅାଠଗଡ଼ ବନଖଣ୍ଡରେ ଅନୁଧ୍ୟାନ କରୁଛନ୍ତି ଟିମ୍।

ସୁନ୍ଦରୀର ଅାଚରଣ ଓ ବିଚରଣ ଅନୁଧ୍ୟାନ ଟିମ୍ ଅନୁଧ୍ୟାନ କରୁଛନ୍ତି। ଅନୁଧ୍ୟାନ ପରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବ ନା ଅନ୍ୟ କିଛି ପନ୍ଥା ଅାପଣାଯିବ, ସେନେଇ ପଦକ୍ଷେପ ନିଅାଯିବ । ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ, ଅନୁଗୁଳ RCCF  ମଧ୍ୟ ଏହି ଟିମ୍‌ ସହ ସାମିଲ ହୋଇଛନ୍ତି।

ସୁନ୍ଦରୀ ବର୍ତ୍ତମାନ ଅାଠମଲ୍ଲିକରେ ବିଚରଣ କରୁଥିବା ଜଣାପଡିଛି। ସୁନ୍ଦରୀ ରହିବା ନେଇ ଟିମ୍‌ କଣ ନେବେ ପଦକ୍ଷେପ, ଏବେ ତା ଉପରେ ନଜର।

You might also like