ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ: ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସେକ୍ଟର ୬ ସ୍ଥିତ ଏକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର।

ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲରେ ଟିକାକରଣ ବନ୍ଦ ରଖିବାକୁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ଟିମ୍‌ ତଦନ୍ତ କରିବ।

ସୂଚନାଯୋଗ୍ୟ, ଗତକାଲି ସ୍କୁଲରେ ରୋଗ ନିରାକରଣ ଟିକା ଦିଆଯାଇଥିଲା। ତେବେ ଟିକା ନେବା ପରେ ସମ୍ପୃକ୍ତ ଛାତ୍ର ଜଣକ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆଇଜିଏଚ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like