ଏବେ ସ୍କୁଲ ଖୋଲିବା ସମ୍ଭବ ନୁହେଁ, ଗାଁକୁ ଗାଁ ଯାଇ ପାଠ ପଢାଇବେ ଶିକ୍ଷକ

ଭୁବନେଶ୍ୱର: ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଯାଜପୁର ଜିଲ୍ଲା ପ୍ୟାରେଡ୍ ଅବସରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି। ନୂଆ ଯୋଜନାର ନାଁ ରହିବ ଶିକ୍ଷା ସଂପର୍କ ଯୋଜନା ରହିବ। ରାଜ୍ୟର ୬୦ ଲକ୍ଷ ଶିଶୁ ଇ-ଶିକ୍ଷା ଉପରେ ନିର୍ଭର କରିବେ। ଏବେ ୨୨ ଲକ୍ଷ ଶିଶୁ ଇଣ୍ଟରନେଟ୍ ମାଧ୍ୟମରେ ପାଠ ପଢୁଛନ୍ତି। ନୂଆ ଯୋଜନାରେ ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ବୋଲି ସେ କହିଛନ୍ତି।

ଚଳିତ ଶିକ୍ଷା ବର୍ଷ ଲାଗି ସିଲାବସ୍ କମାଇବା ବ୍ୟବସ୍ଥା ହେଉଛି। ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

You might also like