ଆଜିଠୁ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବେ ଶିକ୍ଷକ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ଆଜିଠାରୁ ଶିକ୍ଷକମାନେ ସ୍କୁଲ୍‌ରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସେହିପରି ଜିଲ୍ଲାଓ୍ୱାରୀ ପାଳି କରି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନକାରୀ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ଏଯାଏ ଦାବି ପୂରଣ କରି ନଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର କରିଛନ୍ତି।

ଆଜି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଛି। ଯେଉଁଥିରେ ବୁଦ୍ଧିଜୀବୀମାନେ ଯୋଗଦେଇ ଶିକ୍ଷକଙ୍କ ଅଧିକାର ଉପରେ ମତ ରଖିବେ ବୋଲି ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

You might also like