ରାଜଧାନୀରେ ଶିକ୍ଷକ ଆନ୍ଦୋଳନ

ବୈଠକରେ ବାହାରି ପାରିଲାନି ନିଷ୍କର୍ଷ

ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ମିଳିତ ଶିକ୍ଷକ ମଞ୍ଚର ଯେଉଁ ସବୁ ଦାବି ଥିଲା ତାହା ପୂରଣ ହୋଇଥିଲା। ତେବେ ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ଦାବି ସମ୍ପର୍କରେ ଆଲୋଚନା ହୋଇଛି।

ଆଉ ଏକ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇ ଶିକ୍ଷକଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ସହ ସର୍ତ୍ତ ବିହିନ ଗ୍ରାଣ୍ଟ୍ ଇନ୍ ଏଡ୍ ଘୋଷଣା, ଚାକିରୀ ସର୍ତ୍ତାବଳୀ ଓ ଅବସର କାଳୀନ ସୁବିଧା ପ୍ରଦାନ ଦାବିରେ ଗତ ୬ ଦିନ ଧରି ଶିକ୍ଷକମାନେ ଧାରଣାରେ ବସିଛନ୍ତି ।

You might also like