ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ

କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର : ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ। ଅାସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି।  କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ ଶିକ୍ଷକ ।

କିନ୍ତୁ ଭୁବନେଶ୍ୱରରେ ଅାନ୍ଦୋଳନ ଜାରି ରହିବ। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଅାସି ଅାନ୍ଦୋଳନ କରିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଅାଗରେ ଧାରଣା ଦିଅାଯିବ। ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ସରକାର ଦାବି ନମାନିଲେ ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବାକୁ ମଞ୍ଚ ଚେତାବନୀ ଶୁଣାଇଛି।

You might also like