ଭୁବନେଶ୍ୱର : ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଲୋଚନା ବିଫଳ । ୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘ ଅାଲୋଚନା ବିଫଳ ହୋଇଥିବା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୂଚନା ଦେଇଛି। ସରକାର ସେମାନଙ୍କର କୌଣସି ଦାବି ମାନିବାକୁ ରାଜି ହେଲେନି ବୋଲି କହିଛି ମଞ୍ଚ ।
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଣଶିକ୍ଷା, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷକ ସଂଘ ନେତା ସାମିଲ ଥିଲେ । ଅାଜି ବିଧାନସଭା ଅଧିବେଶନ ସରିଥିବାବେଳେ ଦୀର୍ଘ ୩୫ ଦିନ ଧରି ଅାନ୍ଦୋଳନରେ ବସିରହିଥିଲେ ବି ସରକାର ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନନେବାରୁ ଅାନ୍ଦୋଳନକୁ ଅାହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ ।