• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନବରଙ୍ଗପୁର: ମାସେ କି ଦୁଇ ମାସ ନୁହେଁ ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ।

ଦରମା ନ ମିଳିବା  ଯୋଗୁ ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର୍ ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦରମା କି ବାସଗୃହ ମିଳନି। ବିଦ୍ୟାଳୟ ପରିସରରେ ୪ ଗୋଟି  କ୍ୱାର୍ଟର୍ ଖାଲିଥିଲେ ବି ତାଙ୍କୁ ଏକ ଅସୁରକ୍ଷିତ ଭଙ୍ଗା ଦଦରା ଘର ଆଲଟ୍ କରାଯାଇଛି।

ଶିକ୍ଷକ ସୁରେନ୍ଦ୍ର ହରିଜନ ଏଠାରେ ଆସିବା ପୂର୍ବରୁ ନବରଙ୍ଗପୁର ସ୍ଥିତ ଏକ ବିଦ୍ୟାଳୟର ହଷ୍ଟେଲ୍ ଦାୟିତ୍ୱରେ ଥିଲେ। ସେ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପିସି ନ ଦେବାରୁ ସେ ଦିନ ଠାରୁ ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଚାକିରିକୁ ଆଉ ୧୦ ମାସ ବାକିଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ସେପଟେ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Teacher-on-dharana-as-dealys-salary-by-2-years
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories