ଭିଜିଲାନ୍ସ ଜାଲରେ ଶିକ୍ଷକ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ମୁଣ୍ଡାଗୁଡ଼ା ପ୍ରାଇମେରି ସ୍କୁଲ ଶିକ୍ଷକ ସୁବ୍ରତ ଚୈଧୁରୀ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବ୍ରତଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।

ସ୍ଥାନୀୟ HDFC ବ୍ୟାଙ୍କ ନିକଟରେ ଥିବା ଘର, ଆର୍‌କେ କଲୋନୀରେ ଥିବା ବାସଭବନ, ସନ୍ତୋଷୀ ଇନ୍‌ଫୋଟେକ୍‌ ନାମକ କମ୍ପ୍ୟୁଟର ସେଣ୍ଟର, ରଙ୍ଗମାଟି ଗୁଡା ଠାରେ ଥିବା ବାସଭବନ, ନୂଆ ଚର୍ଚ୍ଚ ନିକଟରେ ଥିବା ଘର ସମେତ ନୂଆବନ୍ଧ ସାହି ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

କୋରାପୁଟ ସ୍ୱତନ୍ତ୍ର  ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ସମେତ କୋରାପୁଟ, ମାଲକାନଗିରି, କାଳାହାଣ୍ଡି ଓ ରାୟଗଡା ଭିଜିଲାନ୍ସ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ ଏଯାଏ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିନାହିଁ।

You might also like