• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମହାମାରୀ କରୋନାରେ ଭୁଶୁଡ଼ି ପଡ଼ିଥିବା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ମୋବାଇଲ ମାଧ୍ୟମରେ ପିଲା କେମିତି ପଢ଼ିବ ସେଥିପାଇଁ ଉଦ୍ୟମ ହୋଇଥିବା ବେଳେ ଏ ବ୍ୟବସ୍ଥାକୁ ଆହୁରି ସରଳ କରି ଗଞ୍ଜାମ ଧରାକୋଟର ଜଣେ ଶିକ୍ଷକ ଆପଣାଇଛନ୍ତି ଅଭିବନ ତରିକା ।

କରୋନା ପ୍ରଭାବିତ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବଞ୍ଚାଇବାକୁ ସରକାରଙ୍କ ପ୍ରୟାସରେ ପାଓ୍ୱାର ପ୍ଲସ । ମୋବାଇଲ ନେଟଓ୍ୱାର୍କ ନଥିବା ଅଞ୍ଚଳ ଏବଂ ଆଣ୍ଡ୍ରଏଡ୍ ଫୋନ ନଥିବା ପ୍ରତି ଛାତ୍ରଛାତ୍ରୀଙ୍କ ନିକଟରେ ୟୁଟ୍ୟୁବ ଅନଲାଇନ୍ ପାଠପଢ଼ା କେମିତି ପହଞ୍ଚିିବ ? ସେ ନେଇ ଅଭିନବ ଉପାୟ । ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଆଶାର କିରଣ ସୃଷ୍ଟି କରିଛନ୍ତି ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ । ସ୍ଥାନୀୟ ଦେଓପାଟଣାସ୍ଥିତ ମୁଣ୍ଡମରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟ ସାର । ଏ ଅଞ୍ଚଳର ପ୍ରତ୍ୟେକ ପିଲାଙ୍କ ପାଖରେ ୟୁଟ୍ୟୁବ ପାଠପଢ଼ା ପହଞ୍ଚାଇବାକୁ କରିଛନ୍ତି କିଛି ନିଆରା ଉଦ୍ୟମ ।

ସ୍ଥାନୀୟ କେବୁଲ ଟିଭି ଅପରେଟରଙ୍କ ସହାୟତାରେ ସେ ଆପପାଖ ଅଞ୍ଚଳର ଶହ ଶହ ପିଲାଙ୍କ ପାଖରେ ପହଞ୍ଚାଉଛନ୍ତି ସରାକାରଙ୍କ ଅନଲାଇନ୍ ଶିକ୍ଷା । ଏଥିପାଇଁ ତାଙ୍କୁ କିଛି ଡିଭାଇସ୍ ଆଉ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରିବାକୁ ପଡ଼ିଛି । କେବୁଲ ଟିଭି କନେକସନ୍ ଥିବା ପ୍ରତିଟି ଘରେ ଟେଲିଭିଜନରେ ସରକାରଙ୍କ ୟୁଟ୍ୟୁବ ଶିକ୍ଷା ତ ପହଞ୍ଚୁଛି, ତା ସହ ଲୋକାଲ ଏନକୋଡିଂ ମାଧ୍ୟମରେ ସୂର୍ଯ୍ୟ ସାର ନିଜେ ମଧ୍ୟ ପିଲାଙ୍କୁ ପାଠ ପଢାଇବା ସହ ସାଧାରଣ ଫୋନରେ ପିଲାଙ୍କ ଡାଉଟ୍ କ୍ଲିୟର ବି କରାଇ ପାରୁଛନ୍ତି ।

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଅନଲାଇନ୍‌ରେ ପାଠ ପଢାଇବାକୁ ସରକାର ଉଦ୍ୟମ ଆରମ୍ଭ କରିଥିଲେ ବି ଏ ବ୍ୟବସ୍ଥା ରାଜ୍ୟର ସବୁ ଅଞ୍ଚଳ କି ସବୁ ପିଲାଙ୍କ ପାଖରେ ଏହା ପହଞ୍ଚି ପାରିନି । ମାଲାକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ୟୁଟ୍ୟୁବ ପାଠପଢ଼ା ପାଇଁ ପିଲାମାନେ ଆଗ୍ରହୀ, ହେଲେ ସେମାନଙ୍କ ଉତ୍ସାହରେ ପାଣି ମିଶାଇଦେଉଛି ଆଣ୍ଡ୍ରଏଡ୍ ଫୋନ୍ ଓ ଭଲ ମୋବାଇଲ । ନେଟଓ୍ୱାର୍କର ଅଭାବ ପାଠ ପଢ଼ିବାକୁ ଇଛା ଥିଲେ ବି କାହା ପାଖରେ ଫୋନ ନାହିଁ ତ ଆଉ କେଉଁଠି ନେଟୱାର୍କ । ଏଭଳି ସ୍ଥିତିରେ ଥଥ-ମମରେ ଚାଲିଛି ପିଲାଙ୍କ ୟୁଟ୍ୟୁବ ଲାଇଭ୍ ପାଠପଢ଼ା ।

ଗତ ୨୧ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ଶ୍ରେଣୀଗୃହ ଶିକ୍ଷାର ବିକଳ୍ପ ଭାବେ ସରକାର ଏ ପନ୍ଥା ଆପଣାଇଥିବା ବେଳେ ଏହାକୁ ୪ ଲକ୍ଷ ପିଲା ସବ୍‌ସ୍କ୍ରାଇବ୍ କରିଥିବା ଏବଂ ଦୈନିକ ୧୨ ଲକ୍ଷ ପିଲାଙ୍କ ଉପସ୍ଥାନ ରହୁଥିବା ଶିକ୍ଷା ବିଭାଗ ସୂଚନା ଦେଇଛି । ହେଲେ ସେପଟେ ରାଜ୍ୟର ୫୪ ହଜାର ୯୧୧ ସ୍କୁଲର ମୋଟ ପିଲାଙ୍କ ସଂଖ୍ୟା ୬୬ ଲକ୍ଷରୁ ଅଧିକ । ଏଭଳି ସ୍ଥିତିରେ ମାତ୍ର ୧୨ ଲକ୍ଷ ପିଲା ଯୋଡି ହେଉଥିଲେ, ବାକି ୫୪ ଲକ୍ଷ ପିଲା ନୂଆ ବ୍ୟବସ୍ଥାରେ ପାଠପଢାରୁ ବଞ୍ଚିତ ହେଉଥିବା ସ୍ପଷ୍ଟ । ତେଣୁ ସେମାନଙ୍କ ପାଇଁ ସରକାରଙ୍କ ବିକଳ୍ପ କଣ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Teacher-chooses-different-way-to-deliver-online-lessons-to-the-children
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories