ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଆନ୍ତି ଶିକ୍ଷୟିତ୍ରୀ ; କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା

ଢେଙ୍କାନାଳ : ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଢେଙ୍କାନାଳ ଓଡ଼ାପଡ଼ାର ଏହି ଶିକ୍ଷୟିତ୍ରୀ ବର୍ଷାଦିନେ କେନାଲରେ ଆସିଥିବା ବଢି ପାଣିରେ ପଶି ସ୍କୁଲକୁ ଯାଆନ୍ତି।

 ଦୀର୍ଘ ୧୦ ବର୍ଷ ହେଲା ବିନୋଦିନୀ ବିନା ଛୁଟିରେ ମଧ୍ୟ କାମ କରୁଥିବା ଜଣାପଡିଛି। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ତାଙ୍କର କାର୍ଯ୍ୟଶୈଳୀ ଓ କର୍ତ୍ତବ୍ୟ ପରାୟଣତାକୁ ସୂଚାଉଥିବା ଧର୍ମେନ୍ଦ୍ର ଟ୍ୱିଟ୍‌ କରିଛନ୍ତି।

You might also like