ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି  : ସ୍କୁଲରେ କଳଙ୍କ। ନବମ ଶେଣ୍ରୀ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଏକ ସରକାରୀ ହାଇସ୍କୁଲରେ ଏହି ଘଟଣା ଘଟିଛି।

ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତା ଜଣଙ୍କ ଭୟରେ କାହାରିକୁ କହିନଥିଲେ। କାହାରିକୁ କହିଲେ, ମାଟ୍ରିକ ପରୀକ୍ଷା କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ।

ତେବେ ପୀଡିତା ଜିଲ୍ଲାପାଳଙ୍କୁ ଫେରାଦ ହେବା ପରେ ଘଟଣା ପଦାକୁ ଆସିଥିଲା। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

You might also like