ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ

୫ ହଜାର ସ୍କୁଲ କଲେଜର ୫୦ ହଜାର ଶିକ୍ଷକ ରାସ୍ତାରେ

ଭୁବନେଶ୍ୱର : କାହା ପାଇଁ ସରକାର। ରାଜଧାନୀର ରାଜରାସ୍ତାରେ ପ୍ରବଳ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଶିକ୍ଷକମାନେ ପଚାରିଛନ୍ତି ଏହି ପ୍ରଶ୍ନ । ଓଡ଼ିଶା ସ୍କୁଲ କଲେଜ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ମହାବେଶରେ ମଞ୍ଚର ନେତା କହିଛନ୍ତି, ଜଣେ ସାଧାରଣ ଲୋକର ଉକ୍ତି ପାଇଁ ବିଧାନସଭା ଉଠୁଛି ପଡୁଛି। ଅଥଚ ବର୍ଷାରେ ଭିଜୁଥିବା ହଜାର ହଜାର ଶିକ୍ଷକଙ୍କ ପାଇଁ କେହି ନାହିଁ ।

୩୬ ଦିନ ହେଲା ଅାମେ ଏଠାରେ ପଡ଼ିଛୁ, ବିଧାନସଭାରେ କଥା ଉଠୁନି। ୫ ହଜାର ସ୍କୁଲ କଲେଜର ୫୦ ହଜାର ଶିକ୍ଷକ ରାସ୍ତାରେ ବସିଛନ୍ତି। ଶିକ୍ଷକ ଅାନ୍ଦୋଳନ ଯୋଗୁଁ ୩୦ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଛି। ଯଦି ଶିକ୍ଷା ଓ ଶିକ୍ଷକଙ୍କ ପାଇଁ କେହି ନାହିଁ, କଣ ପାଇଁ ଏ ସରକାର ବୋଲି ପ୍ରଶ୍ନ କରିଛନ୍ତି ସେମାନେ ।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଓ ଚାକିରୀ ସର୍ତ୍ତାବଳୀ ପ୍ରଭୃତି ଦାବି ନେଇ ଅଗଷ୍ଟ ୧୬ ତାରିଖରୁ ସଂଘର ଅାନ୍ଦୋଳନ ଜାରି ରହିଛି। ଅାଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବାରୁ ମହାସମାବେଶ କରି ଗର୍ଜନ କରିଛନ୍ତି ଶିକ୍ଷକମାନେ।

You might also like