ଓଡ଼ିଶାରେ ନିର୍ବାଚନ ଲଢ଼ିବ ଟିଡିପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି) ନିର୍ବାଚନ ଲଢ଼ିବ। ଏନେଇ ଟିଡିପି ଓଡ଼ିଶା ଦାୟିତ୍ୱରେ ଥିବା ରାଜେଶ ପୁତ୍ରା ସୂଚନା ଦେଇଛନ୍ତି। ରାଜ୍ୟର ୫୨ଟି ବିଧାନସଭା ଏବଂ ୫ଟି ଲୋକସଭାରେ ଟିଡିପି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ।

ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଟିଡିପିର ସ୍ଥିତି ମଜବୁତ ଥିବା କଥା ରାଜେଶ କହିଛନ୍ତି। ପଡୋଶୀ ଆନ୍ଧ୍ରପ୍ରଦେଶର ବିକାଶକୁ ମୂଳ ପ୍ରସଙ୍ଗ କରି ଓଡ଼ିଶା ରାଜନୀତିରେ ଟିଡିପି ପାଦ ଥାପିବ ବୋଲି ସେ କହିଛନ୍ତି।

ଓଡ଼ିଶାକୁ ମଧ୍ୟ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓଡ଼ିଶାରେ ପ୍ରାର୍ଥୀ ଦେବେ ବୋଲି ସେ କହିଛନ୍ତି।

ସେପଟେ କୁଟିଆରେ ଆନ୍ଧ୍ର ପ୍ରଶାସନର ପ୍ରବେଶକୁ ନେଇ ପଚରା ଯାଇଥିବା ପ୍ରଶ୍ନର ରାଜେଶ ଜବାବ ରଖିଛନ୍ତି। ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି। ଅଦାଲତ ଯାହା ନିଷ୍ପତ୍ତି ନେବେ ତାକୁ ଆନ୍ଧ୍ର ସରକାର ମାନିବେ ବୋଲି ସେ କହିଛନ୍ତି।

You might also like