ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦକୁ ପୁଣି ସମାଲୋଚନା କଲେ ତଥାଗତ

ଭୁବେଶ୍ୱର: ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ସମାଲୋଚନା କଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ଶତପଥୀ। ଐତିହାସିକ ସମ୍ପତ୍ତି ଭାଙ୍ଗିବାର ଅଧିକାର କାହାର ନାହିଁ। ଏପରିକି ଅଦାଲତ କିମ୍ବା ସରକାରଙ୍କର ମଧ୍ୟ ନାହିଁ। ତେଣୁ ଶ୍ରୀମନ୍ଦିର ଚାରିପଟରୁ ନିର୍ମାଣକୁ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ତଥାଗତ କହିଛନ୍ତି ।

ଯଦି ଏସବୁ ଏବେ ବେଆଇନ, ତେବେ ଏତେ ଦିନ ଧରି ଯେଉଁମାନେ ଏହି ନିର୍ମାଣକୁ ଅନୁମତି ଦେଇଥିଲେ ସେମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତଥାଗତ। ପରିସ୍ଥିତି ଏପରି ହୋଇଛି ଯେ ନାତି ନାତୁଣୀଙ୍କୁ ଏବେ ପୁରୀ ନେଇ ଗଲେ କେବଳ ଶ୍ରୀମନ୍ଦିର ଥିବ କିନ୍ତୁ ତା ଚାରିପଟରେ ଥିବା ଐତିହ୍ୟ କିର୍ତ୍ତୀ ରାଜି ଆଉ ନଥିବ ବୋଲି ସେ ଆକ୍ଷେପ କରିଛନ୍ତି। ଏଥିସହିତ ସହ ତଳ ସ୍ତରରେ ହେଉଥିବା ଭୁଲ ଯୋଗୁ ଭବିଷ୍ୟତରେ ଆମେ ପସ୍ତେଇବା ବୋଲି ତଥାଗତ କହିଛନ୍ତି।

ଗତକାଲି ଶ୍ରୀମନ୍ଦିରର ପୁରୁଣା ଫଟୋକୁ ସେୟାର କରିବା ସହ ମନ୍ଦିର ଉଚ୍ଛେଦ ପ୍ରକ୍ରିୟାକୁ ଖୋଲାଖୋଲି ବିରୋଧ କରିଥିଲେ ତଥାଗତ। ଯେଉଁଥିରେ ଶହଶହ ବର୍ଷ ପୁରୁଣା ମଠ ଓ କୋଠା ଗୁଡ଼ିକୁ ସଂରକ୍ଷଣ କରିବା ପରିବର୍ତ୍ତେ ଏବେ ନିଶ୍ଚିହ୍ନ କରିଦିଆଯାଉଛି। ଏସବୁ ଧ୍ୱଂସ କରିଦେବା ସହଜ, ମାତ୍ର ତିଆରି କରିବା ଭାରି କଷ୍ଟକର ବୋଲି ସେ କହିଛନ୍ତି।

 

You might also like