ଭୁବନେଶ୍ୱର : ବିଜେଡି ଓ ଦଳ ମୁଖିଆ ନବୀନଙ୍କ ବିରୋଧରେ ତଥାଗତଙ୍କ ବିଷୋଦ୍ଗାର। ବିଜେଡି କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ଭାବେ ତିଆରି ହୋଇନି, ଏହା ଓ୍ୱାନ୍ ମ୍ୟାନ୍ ଶୋ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ନେତା ତଥାଗତ ଶତପଥୀ।
ସେ ଆହୁରି କହିଛନ୍ତି ସାଂପ୍ରତିକ ରାଜନୀତିରେ ନବୀନ ପଟ୍ଟନାୟକ ଅପରିହାର୍ଯ୍ୟ କହିବା ଠିକ୍ ହେବନି। ଜାତୀୟ ଦଳ ଠାରୁ ରାଜ୍ୟବାସୀଙ୍କ ଅସନ୍ତୋଷ ହିଁ ତାଙ୍କୁ ଫାଇଦା ଦେଇଥିବା ତଥାଗତ କହିଛନ୍ତି। ସେପଟେ ୨୩ ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଓଡ଼ିଶାର କେଉଁ ଦଳକୁ କେତେ ଆସନ ମିଳିବ ତଥାଗତ ତାର ପୂର୍ବାନୁମାନ ବି କରିଛନ୍ତି।
ଓଡ଼ିଶାରେ ବିଜେପି ୬୮ଟି ବିଧାନସଭା ଓ ୯ଟି ଲୋକସଭା ସିଟ୍ ଦଖଲ କରିବ ବୋଲି ଦାବି କରୁଛି, ଯାହାକୁ ଅସ୍ୱୀକାର କରାଯାଇନପାରେ ବୋଲି ସେ କହିଛନ୍ତି। ସେପଟେ ୨୦୨୪ରେ ରାଜ୍ୟ ନୂଆ ନେତୃତ୍ୱ ଦେଖିବ, ଯେ କେହି ବି ରାଜ୍ୟର ପରବର୍ତ୍ତୀ ନେତୃତ୍ୱ ହୋଇପାରନ୍ତି ବୋଲି ସେ ମତ ରଖିଛନ୍ତି।
ସେପଟେ ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ବିଜେଡି ପ୍ରତିକ୍ରିୟାରେ କହିଛି।