ତରଙ୍ଗ ସିନେ ଉତ୍ସବକୁ ଫିକା କରିଦେଲା କରୋନା
ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଗଲା ତରଙ୍ଗ ସିନେ ଉତ୍ସବ ଆୟୋଜନ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ମୂଳକ ନିର୍ଦ୍ଦେଶନାମା ଜାରି ହେବା ପରେ ତରଙ୍ଗ ସିନେ ଉତ୍ସବ ୨୦୨୦ ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଥାଉ କି, ଆଜି ତରଙ୍ଗ ସିନେ ଉତ୍ସବର ଆୟୋଜନ କରାଯାଇଥିଲା। ହେଲେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ଘୋଷଣା ଜାରି କରାଗଲା ପରେ ପତ୍ର ମାଧ୍ୟମରେ ଯେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେମାନଙ୍କୁ ନ ଆସିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ସହଯୋଗ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
କରୋନା ପାଇଁ ତରଙ୍ଗ ସିନେ ଉତ୍ସବ ଆୟୋଜନ ଫିକା ପଡ଼ି ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ନିର୍ଦ୍ଦେଶନାମା ଜାରି ହେବା ପରେ ତରଙ୍ଗ ସିନେ ଉତ୍ସବ ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି #COVID19 #Coronavirus #Odisha pic.twitter.com/vUb62mgJRZ
— ଓଟିଭି (@otvkhabar) March 14, 2020