• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ପରକୀୟା ପ୍ରୀତିର କରୁଣ ପରିଣାମ। ଗାର୍ଲଫ୍ରେଣ୍ଡ ପାଇଁ ପତ୍ନୀକୁ ହତ୍ୟା। ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗାର୍ଲଫ୍ରେଣ୍ଡ ସହ ଅଭିଯୁକ୍ତ ସ୍ୱାମୀ ଗିରଫ। ଦୁର୍ଘଟଣା ଯୋଗୁ ପତ୍ନୀର ମୃତ ନୁହେଁ, ବରଂ ଯୋଜନା ବଦ୍ଧ ଭାବେ ମୃତଦେହକୁ ଡିସ୍‌ପୋଜ କରିବା ବେଳେ ହୋଇଥିଲା ଦୁର୍ଘଟଣା।

ଭୁବନେଶ୍ୱର ସାମନ୍ତରାପୁରରେ କାରରୁ ତନୁଜା ଅାଇଚଙ୍କ ମୃତଦେହ ଉଦ୍ଧାର ଘଟଣାର ଏଭଳି ରହସ୍ୟ ଉନ୍ମୋଚନ କରିଛି ପୁଲିସ। ହତ୍ୟା ଅଭିଯୋଗରେ ସ୍ୱାମୀ ସଂଗ୍ରାମ ଅାଇଚଙ୍କୁ କୋଲକାତାରୁ ଗିରଫ କରିଛି କମିଶନରେଟ ପୁଲିସ । ତାସହ ସଂଗ୍ରାମଙ୍କ ଗାର୍ଲଫ୍ରେଣ୍ଡକୁ ମଧ୍ୟ ଗିରଫ କରାଯାଇଛି। ତନୁଜାଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦେବାକୁ ଯୋଜନା କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ଅନୁଯାୟୀ, ଗାର୍ଲଫ୍ରେଣ୍ଡଙ୍କୁ ନେଇ ସଂଗ୍ରାମ ଓ ପତ୍ନୀ ତନୁଜାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।  ରବିବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତ୍‌କ୍ଷୀପ୍ତ ହୋଇ ତନୁଜାଙ୍କୁ ମାଡ଼ ମାରିବା ସହ ନାକପାଟି ବନ୍ଦ କରି ଦେଇଥିଲା ସ୍ୱାମୀ ସଂଗ୍ରାମ ।

ଅବସ୍ଥା ଗୁରୁତର ହୋଇପଡିବାରୁ ନିଜ ଗାର୍ଲଫ୍ରେଣ୍ଡକୁ ଡକାଇଥିଲେ ସଂଗ୍ରାମ। ଗାର୍ଲଫ୍ରେଣ୍ଡଙ୍କ ସହ ସଂଗ୍ରାମ ତାଙ୍କ ପୁଅ ଓ ପତ୍ନୀ ତନୁଜାଙ୍କୁ ପ୍ରଥମେ କାରରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଚିକିତ୍ସା ନକରାଇ ପୁଣି କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତନୁଜାଙ୍କୁ ମୃତ ଘୋଷଣା କରିବା ପରେ ସଂଗ୍ରାମ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଉପାୟଶୂନ୍ୟ ହୋଇପଡିଥିଲେ।

ପରେ ମୃତଦେହକୁ ଜିସ୍‌ପୋଜ କରିବାକୁ କରିଥିଲେ ଯୋଜନା। ଗାର୍ଲଫ୍ରେଣ୍ଡ ହଷ୍ଟେଲରେ ରହିବା ସହ ତନୁଜାଙ୍କ ମୋବାଇଲ ଫୋନକୁ ନିଜ ପାଖରେ ଲୁଚାଇ ରଖିଥିଲେ। ଡିସ୍‌ପୋଜ ପାଇଁ ସଂଗ୍ରାମ ତାଙ୍କ ପୁଅକୁ ଧରି ଯାଉଥିବା ବେଳେ ସାମନ୍ତରାପୁର ଅଞ୍ଚଳରେ ଏକ ହାଇଓ୍ୱା ସହ କାର ସାମାନ୍ୟ ଦୁର୍ଘଟଣା ହୋଇଥିଲା।  ଏନେଇ ଜଣାଇବା ପରେ ଘଟଣାସ୍ଥଳକୁ ପୁଣି ସ୍କୁଟି ଧରି ଅାସିଥିଲେ ଗାର୍ଲଫ୍ରେଣ୍ଡ । ପରେ କାର୍‌ରେ ତନୁଜାଙ୍କ ମୃତଦେହକୁ ସାମନ୍ତରାପୁର ନିକଟରେ ରଖି ସଂଗ୍ରାମ ତାଙ୍କ ପୁଅକୁ ଧରି କୋଲକାତା ଫେରାର ହୋଇଯାଇଥିଲେ। ସଂଗ୍ରାମଙ୍କ କଲ ଡିଟେଲସରୁ ଗାର୍ଲଫ୍ରେଣ୍ଡର ସୁରାଗ ପାଇଥିଲା ପୁଲିସ୍‌।

ଅଭିଯୁକ୍ତ ସଂଗ୍ରାମ ନାଁରେ ପୂର୍ବରୁ ଏକ ଦୁଷ୍କର୍ମ ମାମଲା ରହିଛି। ସେହି ଘଟଣାରେ ପୁଲିସ ତାକୁ ଗିରଫ କରି ପାରି ନଥିଲା। ପୁଣି ତନୁଜାଙ୍କୁ ହତ୍ୟା ନେଇ ଅାଉ ଏକ ମାମଲା ସଂଗ୍ରାମଙ୍କ ନାଁରେ ଯୋଡି ହୋଇଯାଇଛି।  ଏପଟେ ପୁଲିସ ସଂଗ୍ରାମଙ୍କ ପୁଅକୁ ତନୁଜାଙ୍କ ବାପଘରକୁ ପଠାଇବା ଲାଗି ନିଷ୍ପତ୍ତି ନେଇଛି।

Tanuja-aich-murder-killer-husband-nabbed-from-kolkata-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories