ପାରାଦୀପ ବନ୍ଦରରେ ତାଇଓ୍ୱାନ୍‌ର ୨୦ ଜଣିଆ ପ୍ରତିନିଧି ଦଳ

ପାରାଦୀପ : ପାରାଦୀପ ବନ୍ଦରରେ ତାଇଓ୍ୱାନ୍‌ର ୨୦ ଜଣିଆ ପ୍ରତିନିଧି ଦଳ। ପାରାଦୀପ ବନ୍ଦରର ଭିତ୍ତିଭୂମି ଓ ସ୍ଥିତି ଉପରେ ଏହି ଟିମ୍ ଆଲୋଚନା କରୁଛି। ଓଡ଼ିଶାରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ତାଇଓ୍ୱାନ୍ ଟିମ୍ ଯୋଜନା ରଖିଛି। ଏହି ପ୍ରିତିନିଧି ଦଳ ପ୍ରଥମେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ।

ପରେ ପାରାଦୀପ ବନ୍ଦର ବୁଲି ଦେଖିବେ। ବନ୍ଦରର ଭୌଗୋଳିକ ସ୍ଥିତି କଣ ରହିଛି ଏବଂ ବନ୍ଦର ପୋତାଶୟର ଦକ୍ଷତା ଓ କ୍ଷମତା କେତେ ତାକୁ ନେଇ ଟିମ୍ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

You might also like