ଭୁବନେଶ୍ୱର: ବହୁଚର୍ଚ୍ଚିତ ORHDC ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ ହୋଇଛି। ୧ କୋଟି ଟଙ୍କାର ଫ୍ଲାଟ୍ ଋଣ ନାଁରେ ହୋଇଥିବା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ବିନୋଦ କୁମାରଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।
ତେବେ ତତ୍କାଳୀନ ଆକାଉଣ୍ଟସ୍ ଅଫିସର୍ ଚିତ୍ତ ମଲ୍ଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ପୂର୍ବରୁ ୫୩ ଲକ୍ଷ ହଡ଼ପ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବିନୋଦ।