ଜେଲ୍‌ ଗଲେ ତହସିଲଦାର

ସମ୍ବଲପୁର( ସଞ୍ଜୟ ଜେନା ):  ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଗତକାଲି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ଏହାପରେ ତାଙ୍କୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଛି। ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଥିଲେ।

ସୂଚନା ଅନୁସାରେ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର ଧନୁପାଲି ଅଞ୍ଚଳରେ ଏକ ଭଡ଼ା ଘରେ ଏକୁଟିଆ ରୁହନ୍ତି।  ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତକାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଏନେଇ ଗତ ରାତିରେ ଅତିରିକ୍ତ ମହିଳା ତହସିଲଦାର ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରିଥିଲା।  ପୁରା ମାମଲାକୁ ନେଇ ଏବେ ପୁଲିସ୍ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like