୬୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା !

ନବରଙ୍ଗପୁର : ତହସିଲ କାର୍ଯ୍ୟାୟରେ ୬୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ। କର୍ମଚାରୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ ତହସିଲଦାର।

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଡାବୁଗାଁ ଥାନାରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ଚନ୍ଦନା ମଣ୍ଡଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତହସିଲଦାର। ତେବେ ଘଟଣାର ତଦନ୍ତ ପାଇଁ ପୋଲିସ ଚନ୍ଦନାଙ୍କୁ ଡାକି ପଚରାଉଚରା କରୁଥିବା ବେଳେ ସେ ହଠାତ ଅଚେତ ହୋଇ ପଡିଥିଲେ। ଏଣୁ ପୋଲିସ ତୁରନ୍ତ ତାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ  ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

You might also like