Odisha School Syllabus Slashed by 30% For Class 1-12 for 2020-21: ୩୦% ସିଲାବସ୍ ହ୍ରାସ ପାଇଲା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍ କମାଇ ଦିଆଯାଇଛି।
Odisha School Syllabus Slashed
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର Syllabus କମିଛି। କରୋନା ପାଇଁ ଚଳିତ ବର୍ଷ 30% Syllabus ହ୍ରାସ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି। ୩ଟି କମିଟିର ସୁପାରିସ ଆଧାରରେ ସିଲାବସ୍ କମିଥିବା ମନ୍ତ୍ରୀ କହିଛନ୍ତି।
ବିଏସ୍ଇର ସୁପାରିଶ ଅନୁସାରେ ନବମ ଓ ଦଶମ ଶ୍ରେଣୀ ଏବଂ ସିଏଚ୍ଏସ୍ଇ କମିଟିର ସୁପାରିଶ ଅନୁସାରେ ଯୁକ୍ତ ୨ ସିଲାବସରେ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଯୁକ୍ତ ୨ ପାଠ୍ୟକ୍ରମରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ, ଯାହା ଦ୍ୱାରା ଯୁକ୍ତ ଦୁଇ ପରେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନେ ସମସ୍ୟାରେ ପଡ଼ିବେ ବୋଲି କହିଛନ୍ତି ମନ୍ତ୍ରୀ ।