ଚୌଦ୍ୱାର: କରୋନା କଟକଣା ଭିତରେ ରୋଜଗାର ହରାଇ ବସିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୂଲ ମଜୁରୀ ଲାଗୁଥିବା ଅନେକ ବ୍ୟକ୍ତି ଓ ଉଠା ଦୋକାନୀ। ଫେରି କରି ବଞ୍ଚୁଥିବା ବ୍ୟକ୍ତିମାନେ ବି ନାହିଁନଥିବା ହଇରାଣ ହେଉଛନ୍ତି । ତେବେ ଓଡ଼ିଶାର ଗଣ ପର୍ବ ରଜରେ ସେମାନେ ସେମାନଙ୍କ ଝିଅମାନଙ୍କ ପାଇଁ ନୂଆ ଡ୍ରେସ୍ ଟିଏ କିଣିବା ପାଇଁ ଅସମର୍ଥ ହୋଇ ପଡ଼ିଥିଲେ । ଏହାକୁ ଆଖି ଆଗରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଵପ୍ନ ଫାଉଣ୍ଡେସନ୍ ପକ୍ଷରୁ ନୂତନ ବସ୍ତ୍ର, ଜୋତା ଓ ପ୍ରସାଧନ ସାମଗ୍ରୀ ବଣ୍ଟନ କରାଯାଇଛି ।

ଫାଉଣ୍ଡେସନ୍‌ର ମୁଖ୍ୟ ସୁଧାଂଶୁ ପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ କଟକ ଜିଲ୍ଲା ଟାଙ୍ଗୀ – ଚୌଦ୍ଵାର ବ୍ଲକ୍ ମହିସାଲଣ୍ଡା ପଞ୍ଚାୟତର ଆମିଳିଝରୀ ଗ୍ରାମସ୍ଥିତ ଅସହାୟ ମହିଳା ଆଶ୍ରମର ଅସହାୟ ମହିଳା ଓ ଯୁବତୀ ଝିଅ ତଥା ଆଶ୍ରମ ପାଖରେ ଥିବା ବିଭିନ୍ନ ସାହିବସ୍ତିର ପିଲାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥିଲେ। କେବେଲ କିଛି ସାମଗ୍ରୀ ଦେଇଥିଲେ ତାହା ନୁହେଁ ବରଂ ସେମାନଙ୍କ ସହିତ ଭାବ ବିନିମୟ କରିବା ସହିତ ରଜପର୍ବ ଉପଲକ୍ଷେ ଡ୍ରେସ୍‌ ବି ଦେଇଥିଲେ। ଏହାସହ ସହିତ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ। ତେବେ କରୋନା ପାଇଁ ଅନେକ ଲୋକେ ନିଜର ରୋଜଗାର ହରାଇଛନ୍ତି ଆଉ ଏହି ସମୟରେ ସ୍ୱପ୍ନା ଫାଉଣ୍ଡେସନର କାର୍ଯ୍ୟକୁ ସବୁଆଡ଼େ ପ୍ରଶଂଶା କରାଯାଉଛି ।

Other Stories