ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଦିଗହରା

ନୟାଗଡ଼: ନୟାଗଡ଼ ଜିଲ୍ଲା ସୁନାଖଳା ଅଞ୍ଚଳରେ ଦିଗହରା ହୋଇଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ଦେଶକୁ ବାହ୍ୟ ମଳମୁକ୍ତ କରିବା ଦିଗରେ ଘରେ ପାଇଖାନା ତିଆରି କରିବା ପାଇଁ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। କିନ୍ତୁ ପାଇଖାନା ତିଆରି କରିବା ପରେ ବିଲ୍ ମିଳୁ ନାହିଁ।

ଧାରକରଜ କରି ପାଇଖାନା ତିଆରି ପରେ ବ୍ଲକ୍ ଅଫିସ୍ ଦୌଡ଼ ଦୌଡ଼ ହିତାଧିକାରୀ ନୟାନ୍ତ ହେଉଥିବା ଅଭିଯୋଗ ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ପାଇଖାନା ତିଆରି କରି ଗତ ୨ ବର୍ଷ ହେବ ବିଲ୍ ପାଇଁ ଅପେକ୍ଷା କରି ବସିଛନ୍ତି ହିତାଧିକାରି।

ତେବେ କେବଳ ସୁନାଖଳା ନୁହେଁ, ରଣପୁର ବ୍ଲକ୍‌ର ହଜାର ହଜାର ସଂଖ୍ୟାରେ ହିତାଧିକାରୀ ପାଇଖାନା ନିର୍ମାଣ କରି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସମସ୍ୟା ସଂପର୍କରେ ଅବଗତ ଥିବା ଏବଂ ଏନେଇ ବିଭାଗକୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି।

 

You might also like