କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା।  ରାଜଧାନୀର ୫ଟି ସ୍କୁଲ୍‌ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି।

ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି।

ମେଡିକାଲ୍ ଟିମର ଏପରି ନମୁନା ସଂଗ୍ରହ ଓ ଟେଷ୍ଟ ପ୍ରକ୍ରିୟା ୧୭ ତାରିଖ ଯାଏଁ ଚାଲିବ। ଏହି ସମୟରେ ସ୍କୁଲ୍‌ରେ ଦୁଇ ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ଓ୍ୱାଚ୍‌ ମ୍ୟାନ ସ୍କୁଲ୍‌ରେ ଉପସ୍ଥିତ ରହିବାକୁ କୁହାଯାଇଛି।

ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରିବେ ମେଡିକାଲ୍ ଟିମ୍। ଏନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

You might also like