• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହି ୩ ଜଣ ଅଲଗା ଅଲଗା ପଞ୍ଚାୟତର ଓ ସେହି ପଞ୍ଚାୟତକୁ ତତକ୍ଷଣାତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି।

ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭେଇଲାନ୍ସ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ୧୦ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ଲୋକ ରହିଛନ୍ତି। ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା। ତେବେ ପ୍ରଥମେ ଭଦ୍ରକର ୨ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଜିଲ୍ଲାରେ ଆକ୍ଟିଭ୍ କେଶ୍ ୧୭ ରହିଛି। ଆକ୍ଟିଭ ୧୭ ମଧ୍ୟରୁ ୧୬ ଜଣ ପଶ୍ଚିମବଙ୍ଗ ଫେରନ୍ତା।

ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁରରୁ ସର୍ବାଧିକ ୯ ଜଣ, ତିହିଡ଼ିର ୨ ଜଣ, ଧାମନଗରରୁ ୨ ଜଣ, ଭଣ୍ଡାରିପୋଖରୀରୁ ୨ ଜଣ ଓ ବନ୍ତ ବ୍ଲକରୁ ଜଣେ ଏବେ ଚିକିତ୍ସାଧିନ ଅଛନ୍ତି। ପୂର୍ବରୁ ୫ଟି ବ୍ଲକର ୧୮ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ହୋଇଥିବାବେଳେ ଏବେ ବାସୁଦେବପୁରର ୨ଟି ଓ ବନ୍ତର ଗୋଟିଏ ପଞ୍ଚାୟତକୁ ସିଲ୍ ମିଶାଇ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଗତ ୨୩ରୁ ୨୬ ତାରିଖ ୬୦ ଘଣ୍ଟିଆ ସଟ ଡାଉନରେ ଜିଲ୍ଲାର ୮ଟି ସ୍ଥାନରେ କ୍ୟାଂପ କରି ୧୩୦୦ ସ୍ବାବ ସଂଗ୍ରହ ହୋଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।

Swab-collecting-continuing-in-surveillance-zone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories