ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କର କୋଭିଡ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଜି ଏହି ଟେଷ୍ଟ ଆରମ୍ଭ ହୋଇଛି ।

ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ୧୫୦ରୁ ଅଧିକ ସେବାୟତ। ୩ ଦିନ ମଧ୍ୟରେ ସମସ୍ତ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ। ଆଜି ସମସ୍ ଙ୍କ ନମୂନା ସଂଗ୍ରହ ପର୍ଯ୍ୟାୟ କ୍ରମେ କରାଯାଉଛି।

ଏଥିପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଟେଷ୍ଟିଂ ଆରମ୍ଭ କରିଛନ୍ତି । ରଥ ନିର୍ମାଣ କରୁଥିବା ବିଶ୍ୱକର୍ମା, ରୂପକାର, ଭୋଇ ସେବାୟତ ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଏହାପୂର୍ବରୁ ରଥ ନିର୍ମାଣରେ ଲାଗିଥିବା ୧୬୦ ଜଣ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଇଥିଲା। ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନେଇ ଦଇତାପତି ନିଯୋଗ ସହ ପ୍ରଶାସନର ଗତକାଲି ବୈଠକ ହୋଇଛି । ବୈଠକରେ ବାହାରି ଥିବା ନିର୍ଯାସ ନେଇ ଆସନ୍ତା ପରିଚାଳନା କମିଟି ବୈଠକରେ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି  ।

You might also like