• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବଲାଙ୍ଗିର  : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିରରେ ଚାଞ୍ଚଲ୍ୟ। ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ମୃତ୍ୟୁ ପଛରେ ପରକୀୟା ପ୍ରୀତିକୁ ନେଇ ବି ଚାଲିଛି ଚର୍ଚ୍ଚା।

ଆଜି ସକାଳେ ସମଲେଇନଗରର ଏକ ବେଲ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଖବର ସହର ସାରା ଖେଳି ଯାଇଥିଲା। ମହିଳା ଜଣକ ଖୁଣ୍ଟପାଲ୍ଲି ଗାଁର ସୁଷମା ସେଠ୍ ବୋଲି ଜଣାପଡିବା ପରେ ପହଞ୍ଚିଥିଲେ ପରିବାର ଲୋକେ।

ସୁଷମାଙ୍କ ଭାଇ ଅଭିଯୋଗ କରିଛନ୍ତି, ତାଙ୍କ ଭଉଣୀଙ୍କର ସ୍ଥାନୀୟ ଅଞ୍ଚଳର ରିତୁ ଚୌହ୍ୱାନ ନାମକ ଜଣେ ଅଟୋଚାଳକ ସହ ସମ୍ପର୍କ ଥିଲା। ଏମିତିକି ଗତକାଲି ରାତିରେ ସୁଷମା, ରିତୁ ଘରକୁ ଆସିଥିଲେ। ସକାଳେ ଭଉଣୀଙ୍କ ମୃତଦେହ ଦେଖି ଏହା ଯୋଜନାବଦ୍ଧ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି।

ତେଣେ ରିତୁଙ୍କ ପତ୍ନୀ କିନ୍ତୁ ଏହାକୁ ଅସ୍ୱୀକାର କରିବା ସହ ରାତିରେ ତାଙ୍କ ସ୍ୱାମୀ ଘରେ ଥିଲେ ବୋଲି କହିଛନ୍ତି। ସେପଟେ କଣ୍ଟା ଥିବା ଏକ ଛୋଟ ବେଲ ଗଛରେ ନିଜ ପିନ୍ଧା ଲୁଗାରେ ମହିଳାଙ୍କ ଆତ୍ମହତ୍ୟା ଓ ଘଟଣା ପର ଠାରୁ ରିତୁଙ୍କ ଅନୁପସ୍ଥିତି ନେଇ ପୁଲିସର ସନ୍ଦେହ ବଢିଛି। ପରକୀୟା ଦିଗକୁ ତଦନ୍ତ ପରିସରଭୁକ୍ତ କରି ଖୋଳତାଡ଼ ଚଳାଇଛି।

ସେପଟେ ପୁରୀ ବ୍ରହ୍ମଗିରି ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପ୍ରତାରଣା ପରେ ହତ୍ୟା ଧମକ ଦେଉଥିବା ଅଭିଯୁକ୍ତ ବିରୋଧରେ ପୁଲିସ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିଛନ୍ତି ୨ ମାସ ତଳେ ତିନିକୁଦ ଗାଁର ଜଣେ ଯୁବକ ତାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ପରିବାର ଲୋକେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏହାକୁ ଚାପି ଦେଇଥିଲା। ଏଣେ ଅଭିଯୁକ୍ତ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲେ ବି ପୁଲିସ ଚୁପ୍ ବସିଛି।

ସେପଟେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଘଟଣା ତାଙ୍କ ନଜରକୁ ଆସିଛି। ତୁରନ୍ତ ପଦକ୍ଷେପ ନିଆଯିବ।

https://youtu.be/54FAiMpWUNg

Suspence-in-woman-murder-in-balangiri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories