ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଭୋଟ ପାଇବେ ରୀତା !
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଭୋଟ ପାଇବାରେ ମୁଖ୍ୟମନ୍ତ୍ରୀଙ୍କୁ ଟପିଯିବେ ରୀତା ସାହୁ । ଏଭଳି ଆକଳନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ସୁଶାନ୍ତ କହିଛନ୍ତି, ଗତ ନିର୍ବାଚନରେ ନବୀନ ଯେତିକି ଭୋଟ ପାଇଥିଲେ, ରୀତା ତାକୁ ଟପିଯିବେ । ସେ ଏକଥା ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ ଏହିପରି ଆକଳନ କରିଛନ୍ତି ।
ସେ କହିଛନ୍ତି, ଉପନିର୍ବାଚନବେଳେ ବିଜେପୁର ମାହୋଲ ପୂରା ବିଜେଡ଼ି ସପକ୍ଷରେ ଥିଲା। ତେଣୁ ଏଥର ବିଜେଡି ୧.୨୫ଲକ୍ଷରୁ ୧.୪୦ ଲକ୍ଷ ଭୋଟ ପାଇବ।
ସୂଚନାଥାଉ କି, ବିଜେପୁରରେ ଏଥର ମୋଟ ୧ ଲକ୍ଷ ୮୦ ହଜାର ଭୋଟ ପଡ଼ିଛି। ବିଜେଡି ଏକଅପାଖିଆ ଭାବେ ବିଜେପୁରରେ ଜିତିବ ବୋଲି ସେ କହିବା ସହ ଗତ ସାଧାରଣ ନିର୍ବାଚନ ଠାରୁ ବିଜେଡି ଭୋଟ ବ୍ୟବଧାନ ବଢ଼ିବ ବୋଲି ମଧ୍ୟ କହିଛନ୍ତି ।
ସୂଚନାଥାଉ କି, ଗତ ନିର୍ବାଚନରେ ନବୀନ ପାଇଥିଲେ ୧ ଲକ୍ଷ ୧୦ ହଜାର ଭୋଟ । ସୁଶାନ୍ତଙ୍କ ଆକଳନ ସତ ହେଲେ, ରୀତା ନବୀନଙ୍କୁ ଟପିବା ଥୟ।